ଆଦ୍ୟକଥନ :-
ଓଡ଼ିଆ ଗୋଟିଏ ଅତି ପ୍ରାଚୀନ ଭାଷା । ସଂସ୍କୃତ ଭାଷା ଏହାର ଜନନୀ ସ୍ୱରୂପ ହୋଇଥିବାରୁ ସଂସ୍କୃତ ଭାଷାର ବହୁ ଶବ୍ଦ ଅବିକୃତ ଓ ବିକୃତ ଭାବରେ ଏଥିରେ ବ୍ୟବହୃତ ହୋଇଅଛି । ଏହା ବ୍ୟତୀତ ଓଡ଼ିଆ ଭାଷା ଅନ୍ୟାନ୍ୟ ବୈଦେଶିକ ଭାଷାର ଶବ୍ଦ ସମ୍ଭାରରେ ପୁଷ୍ଟ । ତେଣୁ ଓଡ଼ିଆ ଶବ୍ଦମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇପାରେ । ଯଥା- ତତ୍ସମ (ସଂସ୍କୃତ ଶବ୍ଦ), ତଦ୍ଭବ ଶବ୍ଦ, ଦେଶଜ ଶବ୍ଦ ଓ ବୈଦେଶିକ ଶବ୍ଦ । କାଳକ୍ରମେ ଆମ ଭାଷାରୁ ଇ, ଈ, ଉ, ଊ, ବ, ୱ, ଶ, ସ, ଷ, ଜ, ଯ- ଏହି ବର୍ଣ୍ଣଗୁଡ଼ିକର ଉଚ୍ଚାରଣଗତ ପାର୍ଥକ୍ୟ ଲୋପ ପାଇଥିବାରୁ ଅନେକ ଶିକ୍ଷିତ ଲୋକଙ୍କର ଲେଖାରେ ବନାନଗତ ଅଶୁଦ୍ଧି ପରିଲକ୍ଷିତ ହୁଏ ।
ଦଶବର୍ଷରୁ ଉର୍ଦ୍ଧ୍ଵ ହେବ ହାଇସ୍କୁଲର ଉପର ଶ୍ରେଣୀମାନଙ୍କରେ ମାତୃଭାଷା (ଓଡ଼ିଆ) ଶିକ୍ଷା ଦେଇ, ମୁଁ ଉପଲବ୍ଧି କରିଅଛି ଯେ-ଆଜିକାଲି ଛାତ୍ରମାନଙ୍କ ଲେଖାରେ ଏ ପ୍ରକାର ଭୁଲ ବିଶେଷ ଭାବରେ ଦେଖା ଦେଉଛି । ଏହାର ନିରାକରଣ ପାଇଁ ସରକାରୀ କିମ୍ୱା ବେସରକାରୀ ଭାବରେ କୌଣସି ପ୍ରକାର ଉଦ୍ୟମ ହେଉନାହିଁ, ବରଂ ଏହା କ୍ରମଶଃ ବୃଦ୍ଧି ପାଉଛି । ଏହା ନିଶ୍ଚିତ, ଆଉ କିଛିବର୍ଷ ପରେ ଓଡ଼ିଆ ଭାଷା ଏକ ଅସଭ୍ୟ ବିକୃତ ଭାଷାରେ ପରିଣତ ହେବ । ତେଣୁ ଆଜ ହୁଁ ଏଥିପ୍ରତି ସତର୍କ ରହିବା ପ୍ରତ୍ୟେକ ସ୍ୱଦେଶାନୁରାଗୀ ତଥା ମାତୃଭାଷାପ୍ରେମୀଙ୍କର ପ୍ରଧାନ କର୍ତ୍ତବ୍ୟ ।
ନିମ୍ନଲିଖିତ କେତେକ ବିଷୟ ପ୍ରତି ଶିକ୍ଷକମାନେ ତଥା ଶିକ୍ଷିତ ସମାଜ ସଜାଗ ରହିଲେ, ବନାନଗତ ଅଶୁଦ୍ଧି ବହୁ ପରିମାଣରେ ଲୋପ ପାଇବ, ଏଥିରେ ସନ୍ଦେହ ନାହିଁ ।
୧. ଶୁଦ୍ଧ ଉଚ୍ଚାରଣ
୨. ଆଦର୍ଶ ପଠନ
୩. କଳାପଟାରେ ଭ୍ରମାତ୍ମକ ଶବ୍ଦମାନଙ୍କର ଶୁଦ୍ଧ ଲିଖନ
୪. ସଂଶୋଧିତ ପଦମାନଙ୍କୁ ଛାତ୍ରମାନଙ୍କ ଦ୍ୱାରା ଅନ୍ୟୁନ ପାଞ୍ଚଥର ଲିଖନ
୫. ଅଭିଧାନ ବ୍ୟବହାର ପ୍ରତି ଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି
୬. ବ୍ୟାକରଣ ଶିକ୍ଷାର ପର୍ଯ୍ୟାପ୍ତ ଅନୁଶୀଳନ
୭. ସାହିତ୍ୟପତ୍ର ବ୍ୟତୀତ ଅନ୍ୟାନ୍ୟ ବିଷୟରେ ଭାଷାଶୁଦ୍ଧି ଓ ବର୍ଣ୍ଣଶୁଦ୍ଧି ପ୍ରତି ଶିକ୍ଷକ ତଥା ପରୀକ୍ଷକମାନଙ୍କର ତୀକ୍ଷ୍ଣ ଦୃଷ୍ଟିଦାନ
୮. ପାଠ୍ୟପୁସ୍ତକ ମୁଦ୍ରଣରେ ଶୁଦ୍ଧ ପ୍ରୟୋଗ ପ୍ରତି ବିଶେଷ ସତର୍କତା ଅବଲମ୍ୱନ
୯. ସରକାରୀ ଓ ବେସରକାରୀ ସୂତ୍ରେ ପ୍ରକାଶ ପାଉଥିବା ବିଜ୍ଞାପନ ଓ ପ୍ରଚାରପତ୍ରରେ ଶୁଦ୍ଧ ପ୍ରଚାର
୧୦. ଅଶୁଦ୍ଧି ପ୍ରୟୋଗଗୁଡ଼ିକକୁ ଶ୍ରେଣୀ ବିଭାଗ କରି ଶିକ୍ଷକମାନଙ୍କ ଦ୍ୱାରା ଶ୍ରେଣୀ ଗୃହରେ ବହୁଳ ଚର୍ଚ୍ଚା
୧୧. ସର୍ବଶେଷରେ ମାତୃଭାଷା ପ୍ରତି ଗୁରୁତ୍ୱ ପ୍ରଦାନ ।
ଇଂରାଜୀ ଭାଷାରେ ସାଧାରଣ ଅଶୁଦ୍ଧି ଦୂରୀକରଣ ପାଇଁ ଅନେକ ପୁସ୍ତକ ପ୍ରଣୟନ କରାଯାଇଥିଲେ ମଧ୍ୟ, ଏଯାବତ୍ ଓଡ଼ିଆ ଭାଷାରେ ସେ ପ୍ରକାର ଉଦ୍ୟମ ହୋଇନାହିଁ, ଏହା ବିଶେଷ ଦୁଃଖର ବିଷୟ । ଏଭଳି ଏକ ପୁସ୍ତକ ସଂକଳନ କରିବା ଦିଗରେ ମୋର ବହୁ ଦିନରୁ ଅଭିଳାଷ ଥିଲେ ସୁଦ୍ଧା, ତାହା କାର୍ଯ୍ୟତଃ ସମ୍ଭବ ହୋଇ ପାରି ନଥିଲା । କେତେକ ଶିକ୍ଷକବନ୍ଧୁଙ୍କ ପ୍ରେରଣାରେ ଆଜି ଓଡ଼ିଆ ଅଶୁଦ୍ଧି-ଅଭିଧାନ ପ୍ରଥମ ଖଣ୍ଡର ଆତ୍ମପ୍ରକାଶ ସମ୍ଭବ ହୋଇପାରିଛି ।
ଏଥିପାଇଁ ମୋର ପ୍ରିୟ ଶିକ୍ଷକବନ୍ଧୁଗଣ, ସ୍ନେହୀ ଛାତ୍ର ସମାଜ ଓ ବରେଣ୍ୟ ଶିକ୍ଷିତ ସମ୍ପ୍ରଦାୟ ମୋତେ ଆନ୍ତରିକ ଉତ୍ସାହ, ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କଲେ ଅଧିକ କିଛି କରିପାରିବି ଏହା ମୋର ପୂର୍ଣ୍ଣ ବିଶ୍ୱାସ । କିମଧିକମିତି ।
ଓଡ଼ିଆ
ଅଶୁଦ୍ଧି-ଅଭିଧାନ
୧. ଅକାରାନ୍ତ ସ୍ଥଳେ ଅଯଥା ହଲନ୍ତ ଭ୍ରମ ।
ବର୍ତ୍ତମାନ୍
ଉଚିତ୍
ବୁଦ୍ବୁଦ୍
ଅନୁଚିତ୍
ତରଫ୍
ଗଦ୍ଗଦ୍
ରେଫ୍
ବର୍ତ୍ତମାନ
ଉଚିତ
ବୁଦ୍ବୁଦ
ଅନୁଚିତ
ତରଫ
ଗଦ୍ଗଦ
ରେଫ
ଭୁଲ୍
ସାମୟିକ୍
ବିଶଦ୍
ପାରିଷଦ୍
ଉଦ୍ବିଡ଼ାଳ
ବାସ୍ତବିକ୍
ଭୁଲ
ସାମୟିକ
ବିଶଦ
ପାରିଷଦ
ଉଦବିଡ଼ାଳ
ବାସ୍ତବିକ
୨. ହଲନ୍ତ ସ୍ଥଳେ ଅକାରାନ୍ତ ଶବ୍ଦ ।
ଯାଚଜ୍ଞା
ଷଡ଼ଗ୍ରହକୂଟ
ଷଡ଼ଧା
ଷଡ଼ଯନ୍ତ୍ର
ଯାଚ୍ଜ୍ଞା
ଷଡ୍ଗ୍ରହକୂଟ
ଷଡ୍ଧା
ଷଡ୍ଯନ୍ତ୍ର
ଭଗବାନ
ଷଡ଼ଜତାନ
ଷଡ଼ଋତୁ
ଭଗବାନ୍
ଷଡ୍ଜତାନ
ଷଡ୍ଋତୁ, ଷଡୃତୁ
୩. ଅକାର ସ୍ଥଳେ ଆକାର ଭ୍ରମ ।
ଗାରିମା
ମାହାତ୍ମା
ବାହାନ
ମାହାଶୟ
ସାହାସ
ସମାସ୍ୟା
ସାହାଚର୍ଯ୍ୟ
ଅନାଟନ
ତମସା, ତାମସା
ପଶ୍ୱାଧମ
ପୁନରାଭିନୟ
ବିଭାଜ୍ୟମାନ
ଭୂମ୍ୟାଧିକାରୀ
ଯାନବାହାନ
ଷଡ଼ାଷ୍ଟକ
ମହାତ୍ମାଗଣ
ମହାରାଜା
ଗରିମା
ମହାତ୍ମା
ବାହନ
ମହାଶୟ
ସାହସ
ସମସ୍ୟା
ସାହଚର୍ଯ୍ୟ
ଅନଟନ
ତମସ
ପଶ୍ୱଧମ
ପୁନରଭିନୟ
ବିଭଜ୍ୟମାନ
ଭୂମ୍ୟଧିକାରୀ
ଯାନବାହନ
ଷଡ଼ଷ୍ଟକ
ମହାତ୍ମଗଣ
ମହାରାଜ
ଶାୟିତ
ଭଗବାନ୍
ଆବାହ
ରାଜାପଣ
ଦିଗାମ୍ୱର
ଦୁରାଭ୍ୟାସ
ପାଷାଣ୍ଡ
ବିଭାଜନୀୟ
ବିଶ୍ୱାସନୀୟ
ମାନ୍ୟାସ୍ପଦ
ରଜସ୍ୱାଳା
ଅଭାଗା
ଦୁର୍ଭଗା
ଯାମଳାର୍ଜ୍ଜୁନ
ହତଭାଗା
ମହିମାସାଗର
ଶୟିତ
ଭଗବନ୍
ଆବହ
ରାଜପଣ
ଦିଗମ୍ୱର
ଦୁରଭ୍ୟାସ
ପାଷଣ୍ଡ
ବିଭଜନୀୟ
ବିଶ୍ୱସନୀୟ
ମାନ୍ୟସ୍ପଦ
ରଜସ୍ୱଳା
ଅଭାଗ, ଅଭାଗ୍ୟ
ଦୁର୍ଭଗ, ଦୁର୍ଭାଗ୍ୟ
ଯମଳାର୍ଜ୍ଜୁନ
ହତଭାଗ, ହତଭାଗ୍ୟ
ମହିମସାଗର
(ସମ୍ୱୋଧନରେ)
ଗଡ୍ଡାଳିକା
ଜାତ୍ୟାଭିମାନୀ
ସମ୍ଭ୍ରାନ୍ତଶାଳୀ
ସଲାଜ
ଗଡ୍ଡଳିକା
ଜାତ୍ୟଭିମାନୀ
ସମ୍ଭ୍ରମଶାଳୀ
ସଲଜ, ସଲଜା, ଲାଜଲାଜ
ମହିମାମୟ
ଗଡ୍ଡାରିକା
ତାତ୍କାଳିକ
ଧର୍ମାତ୍ମାଗଣ
ମହିମମୟ
ଗଡ୍ଡରିକା
ତତ୍କାଳିକ
ଧର୍ମାତ୍ମଗଣ
୪. ଆକାର ସ୍ଥଳେ ଅକାର ଭ୍ରମ ।
ମହାତ୍ମ୍ୟ
ଯାତାୟତ
ସାମନ୍ତରିକ
ଅତିଶଯ୍ୟ
ଅଷ୍ଟବକ୍ର
ପଣ୍ଡୁ
ବଳତ୍କାର
ସ୍ୱଭାବିକ
ସମସାମୟିକ
ମାହାତ୍ମ୍ୟ
ଯାତାୟାତ
ସାମାନ୍ତରିକ
ଆତିଶଯ୍ୟ
ଅଷ୍ଟାବକ୍ର
ପାଣ୍ଡୁ
ବଳାତ୍କାର
ସ୍ୱାଭାବିକ
ସାମସମୟିକ
ସପ୍ତାହିକ
ପ୍ରାଣାୟମ
ମାସନ୍ତ
ତ୍ୟଜ୍ୟ
ପରିତ୍ୟଜ୍ୟ
ବିଶ୍ୱସ୍ୟ
କଳନ୍ତର
ଷଣ୍ମାତୁର
ସାପ୍ତାହିକ
ପ୍ରାଣାୟାମ
ମାସାନ୍ତ
ତ୍ୟାଜ୍ୟ
ପରିତ୍ୟାଜ୍ୟ
ବିଶ୍ୱାସ୍ୟ
କଳାନ୍ତର
ଷାଣ୍ମାତୁର
୫. ଇକାର ସ୍ଥଳେ ଈକାର ପ୍ରୟୋଗ ।
ମଳୀନ
ସଚୀବ
ମାଟୀ
ଶାରୀରୀକ
ବୀନିତ
ଦହୀ
ଦରୀଦ୍ର
ବାଗ୍ନୀତା
ପ୍ରୀୟ
କୃତୀତ୍ୱ
ଜରୁରୀକାଳୀନ
ପୀଡ଼ିଆ
ଶଶୀଭୂଷଣ
ମଳିନ
ସଚିବ
ମାଟି
ଶାରୀରିକ
ବିନୀତ
ଦହି
ଦରିଦ୍ର
ବାଗ୍ନିତା
ପ୍ରିୟ
କୃତିତ୍ୱ
ଜରୁରିକାଳୀନ
ପିଡ଼ିଆ
ଶଶିଭୂଷଣ
ଆଶୀଷ
ଶୀକାର
ପ୍ରତିଯୋଗୀତା
ସ୍ଥାୟୀତ୍ୱ
ବିହୀତ
ଖେଳାଳୀ
ଦୁଷ୍ଟାମୀ
ନୀବିଡ଼
ଉଦ୍ଗୀରଣ
ଗୁଣୀବୃନ୍ଦ
ତୀର୍ଯ୍ୟକ୍
ବିକୀରଣ
ସାକ୍ଷୀଗୋପାଳ
ଆଶିଷ
ଶିକାର
ପ୍ରତିଯୋଗିତା
ସ୍ଥାୟିତ୍ୱ
ବିହିତ
ଖେଳାଳି
ଦୁଷ୍ଟାମି
ନିବିଡ଼
ଉଦ୍ଗିରଣ
ଗୁଣିବୃନ୍ଦ
ତିର୍ଯ୍ୟକ୍
ବିକିରଣ
ସାକ୍ଷିଗୋପାଳ
– ତା ପରେ –
